ଆକାଶ ବାଣୀ - ସରୋଜିନୀ ବେହେରାଙ୍କ ରଚନାରୁ



ଦୂର ଦୂରାନ୍ତରୁ ଝରେ ଏ ସ୍ୱର ଝଙ୍କାର

କେବେ ପୁରୁଷ ,କେବେ ତାହା ପୁଣି ନାରୀର

ସକାଳ-ସଞ୍ଜ,ସଞ୍ଜରୁ ସକାଳ ଖବର

ଆଣିଦିଏ ପାଶେ ନିକଟେ  ହୋଇ ତତ୍ପର।

ଗାଆଁ ଠୁ ସହର,ଦେଶରୁ ବିଦେଶ କଥା

ବଖାଣି ପକାଇ ଶ୍ରୋତା ପାଖେ ଟେକି ମଥା

ଦେଖେନାହିଁ ଧନୀ ଅବା ସେ ଗରିବ ଭେଦ

ଭଲ ଓ ମନ୍ଦ ନବିଚାରୀ ଦିଏ ସମ୍ବାଦ।

ଅଜ୍ଞାନ ଅନ୍ଧାରେ ଜ୍ଞାନ ସେ ସଞ୍ଚାରେ ନିତି

ଆଦର୍ଶ ବାଣୀକୁ ପ୍ରକାଶେ ଫୁଲାଇ ଛାତି

କେତେ ଗୀତ କେତେ ଗପ କହେ ଆନନ୍ଦରେ

ପିଲା ଠୁ ବୁଢାଙ୍କ ଖୁସି କହିଲେ ନସରେ।

ମିତ ଟିଏ ହୋଇ ରହିଛି ରହିବ ପାଶେ

ଦେଉଥିବ ଆଣି ସମ୍ବାଦ ଆଣି ହରଷେ।

ସରୋଜିନୀ ବେହେରା
ଆଗରପଡା, ଭଦ୍ରକ।

Post a Comment

0 Comments